ଆଜି ଠାରୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଆରମ୍ଭ ହୋଇଛି ଯାହା ତାରିଖ ୨ ନଭେମ୍ବର ପର୍ଯ୍ୟନ୍ତ ପାଳନ ହେବ। ବଲାଙ୍ଗିର ସଦର ମହକୁମା କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ ଗୌରବ ଶିୱାଜୀ ଇସଲୱାରଙ୍କ ଅଧ୍ୟକ୍ଷତାରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ସମୟରେ ଅତିରିକ୍ତ ଜିଲ୍ଲାପାଳ ଡା. ବିଜୟାନନ୍ଦ ସେଠୀ, ନିର୍ବାହୀ ଅଧିକାରୀ ତରଣୀ ସୁନା, ଉପ ଜିଲ୍ଲାପାଳ ଆଲୋକ କୁମାର ପଟେଲ, ଓ ଅନ୍ୟାନ୍ୟ ଅଧିକାରୀ ଯୋଗଦେଇ ଦୁର୍ନୀତି ରୋକିବା ଓ ସ୍ୱଚ୍ଛ ଶାସନ ନିମାଣର ଶପଥ ନେଇଥିଲେ। ଏହା ସହିତ ଜିଲ୍ଲାର ବିଭିନ୍ନ ବ୍ଲକରେ ମଧ୍ୟ ଅଧିକାରୀ, କର୍ମଚାରୀ ଓ ସାଧାରଣ ନାଗରିକ ଏହି ଶପଥ ଗ୍ରହଣରେ