ବଲାଙ୍ଗୀର: ଦେଓଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ ଆୟୋଜିତ ସ୍ଵାସ୍ତ୍ୟ ଶିବିର ପରିଦର୍ଶନ କଲେ ଜିଲ୍ଲାପାଳ
ବଲାଙ୍ଗିର ଦେଓଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ ଆଜି ଅପରାହ୍ନ ୧ ଟା ସମୟରେ ବଲାଙ୍ଗିର ଜିଲ୍ଲାପାଳ ଦେଓଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ ଅନ୍ତର୍ଗତ ଆୟୋଜିତ ସ୍ୱାସ୍ଥ୍ୟ ଶିବିର ପରିଦର୍ଶନ କରିଥିଲେ। ଏହି ଶିବିରରେ ମହିଳାମାନଙ୍କ ପାଇଁ ମାଗଣାରେ ମଧୁମେହ, ଉଚ୍ଚ ରକ୍ତଚାପ, ରକ୍ତହୀନତା ସହିତ ବିଭିନ୍ନ ରୋଗର ପରୀକ୍ଷା ଏବଂ ପରାମର୍ଶ ସୁବିଧା ଯୋଗାଇଦିଆଯାଉଛି। ସେହିସହିତ ଟୀକାକରଣ ସେବା ମଧ୍ୟ ପ୍ରଦାନ କରାଯାଉଛି। ଜିଲ୍ଲାପାଳଙ୍କ ଏହି ପରିଦର୍ଶନର ଉଦ୍ଦେଶ୍ୟ, ସ୍ଥଳୀୟ ମହିଳାଙ୍କୁ ସ୍ୱାସ୍ଥ୍ୟ ସଚେତନ କରିବା