କାଳିଆପାଣି ଥାନା ଅନ୍ତର୍ଗତ ରାଁସୋଳ ପଞ୍ଚାୟତ ସରପଞ୍ଚ କନକଲତା ସର୍ଦ୍ଦାରଙ୍କ ଘର ବାରଣ୍ଡାରୁ କେହି ଦୁର୍ବୃତ୍ତ ଏକ ଦାମୀ ପଲ୍ସର ବାଇକ୍ ଲୁଟି ନେଇଥିବା ଗୁରୁବାର ଦିବା 12 ଘଟିକା ସମୟରେ କାଳିଆପାଣି ଥାନାରେ ଅଭିଯୋଗ ହୋଇଛି। ତାଙ୍କ ଯୌଥ ପରିବାରର ୪ଟି ଯାକ ବାଇକ୍ ଗତକାଲି ସେହି ଗୋଟିଏ ସ୍ଥାନରେ ରଖାଯାଇଥିଲା । ଲୁଟେରା ପଲସର ବାଇକ୍କୁ ଟାର୍ଗେଟ୍ କରିଥିବା କୁହାଯାଉଛି । ମାଲିକ ସରପଞ୍ଚଙ୍କ ପୁତୁରା ସୁରେଶ ସର୍ଦ୍ଦାର ଏ ସଂପର୍କରେ ଥାନାରେ ଏତଲା ଦେଇଛନ୍ତି । ପୁଲିସ ଏହାର ତଦନ୍ତ କରୁଥିବା ସୂଚନା ମିଳିଛି।