ବଲାଙ୍ଗୀର ସହର ତୁଳସୀନଗର ଦୁର୍ଗା ମଣ୍ଡପରେ ବନବିଭାଗ ପକ୍ଷରୁ ବଡ଼ ଧରଣର ଚଢାଉ କରାଯାଇଛି। କାଠ ଚୋରାଚାଲାଣ ରୋକିବା ଲକ୍ଷ୍ୟରେ ମଙ୍ଗଳବାର ଦିନ ବଲାଙ୍ଗୀର ବନବିଭାଗ ଏହି ଚଢାଉ କରି ମୂଲ୍ୟବାନ୍ ଶାଗୁଆନ କାଠ ଜବତ କରିଛି। ସୂଚନା ଅନୁଯାୟୀ, ମହାରାଣୀ ସାଗର ଆଡ଼ିବନ୍ଧ ନିକଟରୁ କାଟାଯାଇଥିବା ଏକ ପୁରୁଣା ଶାଗୁଆନ ଗଛର ୪ ଖଣ୍ଡ ଗଣ୍ଡୀ ଦୁର୍ଗା ମଣ୍ଡପରେ ଲୁଚେଇ ରଖାଯାଇଥିଲା। ବନବିଭାଗ ଟିମ୍ ଚଢାଉ କରି ପ୍ରାୟ ଏକ କ୍ୱିଣ୍ଟାଲ, ୧୫ ସିଏଫ୍ଟି ଶାଗୁଆନ କାଠ ଜବତ କରିଛି, ଯାହାର ମୂଲ୍ୟ ପ୍ରାୟ ୫୦ ହଜାର ଟଙ୍କା। ଏହି ଘଟଣାରେ ବଲାଙ୍ଗୀର ରେଞ୍ଜରେ ଏକ ମାମଲା ରୁଜୁ ହୋଇଛି ଏବଂ ଘଟଣାର ତଦନ୍ତ ଜାରି