ଅନୁଗୋଳ ପିଏମଶ୍ରୀ ସ୍କୁଲ ଜବାହର ନବୋଦୟ ବିଦ୍ୟାଳୟରେ ନବନିର୍ମିତ ବହୁମୁଖୀ ସଭାଗୃହର ଲୋକାର୍ପଣ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହାସହ ମହାପୁରୁଷ ସ୍ୱାମୀ ବିବେକାନନ୍ଦଙ୍କ ପ୍ରତିମାର ଅନାବରଣ କାର୍ଯ୍ୟକ୍ରମରେ ଯୋଗ ଦେଲେ ଧର୍ମେନ୍ଦ୍ର। ଏନେଇ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଏହି ଅତ୍ୟାଧୁନିକ ସଭାଗୃହ ଛାତ୍ରଛାତ୍ରୀମାନଙ୍କ କଳାତ୍ମକ ପ୍ରତିଭା, ସାଂସ୍କୃତିକ ଅଭିବ୍ୟକ୍ତି ଓ ବୌଦ୍ଧିକ କ୍ଷମତାକୁ ପ୍ରସ୍ଫୁଟିତ କରିବାରେ ସହାୟକ ହେବ। ଏହି ଉଦଘାଟନୀ ସମାରୋହରେ ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରାଙ୍କ ସମେତ ଜିଲ୍ଳାର ସମସ୍ତ ବିଧାୟକ ଢେଙ୍କାନାଳ ସାଂସଦ ଉପସ୍ଥିତ ଥି