ଭାରତୀୟ ଜନତା ପାର୍ଟି ଅନୁଗୋଳ ଜିଲ୍ଲା ସମ୍ପାଦକ ଭାବେ ଦାୟିତ୍ଵ ମିଳିବା ପରେ ଆଜି ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରାଙ୍କୁ ସାକ୍ଷାତ କରିଛନ୍ତି ଯଶୋବନ୍ତ ପ୍ରସାଦ ବେହେରା। ବିଧାୟକ ଅଗସ୍ତି ବେହେରା ନୂଆ ଦାୟିତ୍ୱ ପାଇଁ ଯଶୋବନ୍ତଙ୍କୁ ଅଭିନନ୍ଦନ ଜଣାଇବା ସହ ଆଗାମୀ ଦିନ ପାଇଁ ଶୁଭେଚ୍ଛା ଦେଇଛନ୍ତି। ଏହି ଅବସରରେ ଅନୁଗୋଳ ଜିଲ୍ଲା ବିଜେପି ସଭାପତି ଯଯାତୀ ପଟ୍ଟନାୟକ ଉପସ୍ଥିତ ଥିଲେ।