ଯଶିପୁର: କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ବର୍ଷ ପୂର୍ତ୍ତି ଉପଲକ୍ଷେ ରାମତୀର୍ଥ ଠାରେ କର୍ମଶାଳା,ଯୋଗ ଦେଲେ ମନ୍ତ୍ରୀ ଓ ସାଂସଦ
ବିଜେପି ର ସେବା, ସୁଶାସନ ଓ ଗରିବ କଲ୍ଯାଣରେ କେନ୍ଦ୍ରରେ ୧୧ ବର୍ଷ ଓ ରାଜ୍ଯରେ ୧ ବର୍ଷ ଉପଲକ୍ଷେ ଯଶିପୁର ନିର୍ବାଚନ ମଣ୍ଡଳୀ ର ରାମତୀର୍ଥ ଠାରେ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।ଏହି କର୍ମଶାଳା ରେ ଆଜି ଦିବା 12 ଘଟିକା ସମୟରେ ଯୋଗ ଦେଲେ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ। ଶ୍ରୀ ଖୁଣ୍ଟିଆ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସରକାର ଙ୍କ ବିଭିନ୍ନ ଜନ କଲ୍ୟାଣ ଯୋଜନା ବିଷୟରେ ଆଲୋଚନା କରିଥିଲେ।ଏହି କାର୍ଯ୍ୟକ୍ରମରେ ସାଂସଦ ନବ ଚରଣ ମାଝି ଙ୍କ ସହିତ ବହୁ ବିଜେପି କର୍ମୀ ଯୋଗ ଦେଇଥିଲେ।