ଭୋଜପୁର ଛକ ନିକଟରେ ହାତୀ ଭୟରେ ଦୁର୍ଘଟଣା , ମା ପୁଅ ଆହତ ରେଢ଼ାଖୋଲ ବୌଦ୍ଧ ରାସ୍ତାର ଭୋଜପୁର ଛକ ନିକଟରେ ରବିବାର ଅପରାହ୍ନରେ ବାଇକ ଦୁର୍ଘଟଣାରେ ମା ଓ ପୁଅ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସୁଚନା ଅନୁଯାଇ ଅନୁଗୁଳ ଜିଲ୍ଲା ମାଧପୁର ଡେବରାପାଲି ଗ୍ରାମର ସରତ କୁମାର କର୍ଣ୍ଣ, ସ୍ତ୍ରୀ ଶିକ୍ରାଣୀ(୨୩) ଓ ପୁଅ ଶଶାଙ୍କ(୪) ଙ୍କ ସହ ବାଇକରେ ଘରୁ ବୀରମହାରାଜପୁର ଯାଉଥିଲେ। ଅପରାହ୍ନରେ ଭୋଜପୁର ଛକ ଅତିକ୍ରମ କରୁଥିଲା ବେଳେ ଏକ ବିଶାଳକାୟ ଦନ୍ତା ହାତୀ ତାଙ୍କଠାରୁ କିଛି ଦୂରତାରେ ଜଙ୍ଗଲରୁ ରାଜରାସ୍ତାକୁ ବାହାରି ପଡିଥିଲା ।