ରାଜ୍ୟ ପରିବହନ ପ୍ରାଧିକରଣଙ୍କ ନିର୍ଦ୍ଦେଶରେ ଆଜି ବଲାଙ୍ଗିର ଆରଟିଓ ପକ୍ଷରୁ ବିଶେଷ ଟ୍ରାଫିକ୍ ଚେକିଂ ଡ୍ରାଇଭ୍ ଚାଲିଥିଲା। ଏହି ଡ୍ରାଇଭ୍ରେ ମଦ ପିଇ ଗାଡ଼ି ଚଳାଇବା, ଅତ୍ୟଧିକ ବେଗ, ଟ୍ରିପଲ୍ ରାଇଡିଂ, ରଙ୍ଗ ସାଇଡ୍ ଡ୍ରାଇଭିଂ ଏବଂ ହେଲମେଟ୍ ବିନା ଦୁଇଚକିଆ ଚଳାଚଳ ଉପରେ କଠୋର ଯାଞ୍ଚ ଓ ଜରିମାନା କରାଯାଇଛି। ଟ୍ରାଫିକ୍ ନିୟମ ମାନିବା ସହ ନିଜ ଓ ଅନ୍ୟମାନଙ୍କ ଜୀବନ ସୁରକ୍ଷା କରିବାକୁ ଆରଟିଓ ପକ୍ଷରୁ ସାଧାରଣ ଲୋକଙ୍କୁ ଆଜି ଅପରାହ୍ନ ୫ଟା ସମୟରେ ଅପିଲ୍ କରାଯାଇଛି।