ଗଞ୍ଜାମ ଜିଲ୍ଲା ଚିକିଟୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପାତ୍ରପୁର ବ୍ଲକ ଜରଡ଼ା ପଞ୍ଚାୟତର ସୁବର୍ଣ୍ଣପୁର ଗ୍ରାମର ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ଦେହାନ୍ତରେ ପରିବାର ବର୍ଗଙ୍କୁ ଭେଟିଲେ ବିଧାୟକ ପ୍ରାର୍ଥୀ ଶ୍ରୀରୂପ ଦେବ ।ଗୁରୁବାର ଅପରାହ୍ନରେ ଉକ୍ତ ପରିବାର ନିକଟରେ ପହଞ୍ଚି ଗଭୀର ସମବେଦନା ଜ୍ଞାପନ କରିବା ସହ ମୃତକଙ୍କ ଅମର ଆତ୍ମାର ସଦ୍ ଗତି କାମନା କରିଛନ୍ତି ପୂର୍ବତନ ବିଧାୟକ ପ୍ରାର୍ଥୀ ।