ଖଲ୍ଲିକୋଟ୍: କାଳିଜାଈ ଷ୍ଟେସନ ରେ ଚଳନ୍ତା ଟ୍ରେନ ରୁ ଖସି ପଡ଼ିଲେ ଦୁଇ ଯୁବକ; ଜଣେ ଗୁରୁତର ଆହତ ଓ ଅନ୍ୟ ଜଣେ ଆହତ ଅବସ୍ଥାରେ ଫେରାର ଥିବା ସୂଚନା
କାଳିଜାଈ ଷ୍ଟେସନ ରେ ଚଳନ୍ତା ଟ୍ରେନ ରୁ ଦୁଇ ଯୁବକ ଖସି ପଡ଼ି ଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିବା ଏବଂ ଅନ୍ୟ ଜଣେ ଯୁବକ ଆହତ ଅବସ୍ଥାରେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ପ୍ରତ୍ୟକ୍ଷ ଦର୍ଶୀଙ୍କ ଠାରୁ ସୂଚନା ମିଳିଛି ।ଗୁରୁତର ଆହତ ହୋଇଥିବା ଯୁବକ ଙ୍କୁ ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସ ଯୋଗେ ଆଜି ସକାଳ ସାଢ଼େ ୭ ଟା ସମୟରେ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ପଠାଇ ଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା କରାଯାଇ ତାଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲ କୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି ।