ବଲାଙ୍ଗୀର: ଜିଲ୍ଲାରେ ବର୍ଷା, ବଜ୍ରପାତ ଓ ବାତାସ ପାଇଁ ପାଣି ପାଗ ବିଭାଗର ହଳଦିଆ ସତର୍କ ଜାରି
ବଲାଙ୍ଗିର ଜିଲ୍ଲା ପାଇଁ ପାଣି ପାଗ ବିଭାଗର ହଳଦିଆ ସତର୍କ ଜାରି ।ଆଜି ଓ ଆସନ୍ତା କାଲି ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ସ୍ଥାନରେ ବଜ୍ରପାତ ସହିତ ବର୍ଷା ହେବାର ସମ୍ଭାବନା ରହିଛି । କେତେକ ସ୍ଥାନରେ 7ରୁ 11 ସେ.ମି. ପର୍ଯ୍ୟନ୍ତ ଭାରି ବର୍ଷା ପଡିପାରେ ଓ 30ରୁ 40 କି.ମି. ବେଗରେ ବାତାସ ବହିପାରେ । ଏହି ପରିସ୍ଥିତିରେ ଲୋକମାନେ ସତର୍କ ରହିବା, ବଜ୍ରପାତ ସମୟରେ ଖୋଲା ଜାଗାରେ ନ ରହିବା ଓ ସୁରକ୍ଷାବଳୀ ମାନିବାକୁ ଜିଲ୍ଲା ପାଣି ପାଗ ବିଭାଗ ଆଜି ଅପରାହ୍ନ ୨ଟା ସମୟରେ ପରାମର୍ଶ ଜାରି କରିଛି