ଖଲ୍ଲିକୋଟ୍: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସମା ଗ୍ରାମରେ ସୁମନ୍ତ ମହାପାତ୍ରଙ୍କୁ ହତ୍ୟା ଘଟଣାରେ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ
ପୁରୁଷୋତ୍ତମପୁର ଥାନା ସମା ଗ୍ରାମରେ ଗତ ୨୮.୩.୨୦୨୫ ତାରିଖ ଶୁକ୍ରବାର ରାତିର ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ସିକୁଳା ଗ୍ରାମର ସୁମନ୍ତ ମହାପାତ୍ର ଙ୍କୁ ହତ୍ୟା କରାଯାଇଥିବା ନେଇ ଗତ ୨୯.୦୩.୨୦୨୫ ତାରିଖ ଦିନ ପୁରୁଷୋତ୍ତମପୁର ଥାନା ଅଭିଯୋଗ ପରେ ଥାନା କେସ ନମ୍ବର 240/2025 ଅନୁଯାୟୀ ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇ ଥିଲେ । ତେବେ ଉକ୍ତ ହତ୍ୟା ଘଟଣାରେ ସଂପୃକ୍ତ ଥିବା ଅଭିଯୋଗରେ ଆଜି ଦିନ ପ୍ରାୟ ୧୧ ଟା ସମୟରେ ସିକୁଳା ଗ୍ରାମର ଦିବାକର ବେହେରା ଙ୍କୁ ପୋଲିସ ଗିରଫ କରି ଅପରାହ୍ନ ପ୍ରାୟ ୪ ଟା ସମୟରେ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି ।