ଲୋଇସିଂହା: ଛୁଇ ବନ୍ଦ ନିକଟରେ ଅଜଣା ଗାଡ଼ିର ଧକ୍କାରେ ଜଣେ ମୃତ ଜଣେ ଗୁରୁତର ମେଡ଼ିକାଲରେ ଭର୍ତ୍ତି
ଆଜି ରାତି ଛୁଇ ବନ୍ଦ ନିକଟରେ ଅଜଣା ଗାଡ଼ିର ଭୟାନକ ଧକ୍କାରେ ଜଣେ ମୃତ ଓ ଜଣେ ଗୁରୁତର ହୋଇଛନ୍ତି। ମୃତକଙ୍କ ପରିଚୟ ଲୋଇସିଂହା ଥାନା ଅନ୍ତର୍ଗତ ବୁଦେଲ ବହାଲ ଗ୍ରାମର ସୁଶୀଲ ବହଲା ଭାବେ ମିଳିଛି। ଅନ୍ୟ ଗୁରୁତର ଆହତ ବ୍ୟକ୍ତି ରାକେଶ ମିର୍ଦ୍ଧା ବୋଲି ଚିହ୍ନଟ ହୋଇଛନ୍ତି। ଦୁହେଁକୁ ଆଜି ରାତି ୧୧ଟା ୪୫ରେ ଭୀମ ଭୋଇ ମେଡିକାଲ କଲେଜ୍ ରେ ଭର୍ତ୍ତି କରାଯାଇଛି। ଅଜଣା ଗାଡ଼ିଟିର ଖୋଜ ଜାରି ରହିଛି।