ଢେଙ୍କାନାଳ ସଦର: କପିଳାସ ବାର ବାଙ୍କ ରାସ୍ତାରେ ଦୁର୍ଘଟଣାରେ ୨ ଯୁବତୀ ଗୁରୁତର
ଢେଙ୍କାନାଳ ବାବା ଚନ୍ଦ୍ର ଶେଖରଙ୍କ ପୀଠ କପିଳାସ ବାର ବାଙ୍କ ରାସ୍ତାରେ ଏକ ଦୁର୍ଘଟଣାରେ ୨ଜଣ ଯୁବତୀ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ସୂଚନା ମୁତାବକ ଢେଙ୍କାନାଳର ୨ଯୁବତୀ ଏକ ସ୍କୁଟିରେ କପିଳାସ । ଯାଉଥିଲେ। ବାବାଙ୍କ ଦର୍ଶନ କରି ଫେରୁଥିବା ବେଳେ ୪ ନମ୍ବର ବାଙ୍କ ନିକଟରେ ଏକ ମାଙ୍କତ ରାସ୍ତା ପାର ଯୋଗୁଁ ସ୍କୁଟିଟି ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିଲା। ଯାହା ଦ୍ୱାରା ସ୍କୁଟିରେ ଥିବା ୨ ଯୁବତୀ ଗୁରୁତର ହୋଇ ପଡ଼ିଥିଲେ । ସେହି ରାସ୍ତାରେ ଯାଉଥିବା ଶ୍ରଦ୍ଧାଳୁମାନେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ I