ଜିଲ୍ଲାର ସମସ୍ତ ପ୍ରବେଶ ପଥରେ ସିସଟିଭି କ୍ୟାମେରା ଲଗାଇବା ଜରୁରୀ ହୋଇପଡିଛି। ସୀମାନ୍ତରେ ସିସି ଟିଭି ସ୍ଥାପନ କରିବା ପାଇଁ ସାଂସଦ ନବ ଚରଣ ମାଝୀ ଦାବି ଉପସ୍ଥାପନ କରିଛନ୍ତି। ଶନିବାର ଦିନ ପ୍ରାୟ ୧୨ ଟାରେ କେନ୍ଦ୍ର ଗୃହ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ମନୋହର ଲାଲ ଖଟ୍ଟର ଙ୍କୁ ଦିଲ୍ଲୀରେ ସାକ୍ଷାତ କରି ଅନୁରୋଧ କରିଛନ୍ତି।