ଜଗତସିଂହପୁର: ନକଲି ସାର୍ଟିଫିକେଟ ଅଭିଯୋଗରେ ଚାକିରୀରୁ ବହିଷ୍କୃତ ଅଧ୍ୟାପକ ସନ୍ତୋଷ କୁମାର ଶତପଥୀଙ୍କ ପକ୍ଷରୁ ବାଲିକୁଦାରେ ସାମ୍ବାଦିକ ସମ୍ମିଳନୀ
ନକଲି ସାର୍ଟିଫିକେଟରେ ଚାକିରୀ କରିଥିବା ଅଭିଯୋଗରେ ବହିଷ୍କୃତ ଅଧ୍ୟାପକ ସନ୍ତୋଷ କୁମାର ଶତପଥୀ ବାଲିକୁଦାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରଖିଲେ ପ୍ରତିକ୍ରିୟା । ଆଜି ଦିନ ୩ ଟା ସମୟରେ ବାଲିକୁଦାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସେ ନିଜର ଏମକମ ସାର୍ଟିପିକେଟ ବୈଧ ବୋଲି କହିବା ସହ ତାଙ୍କର ବହିଷ୍କାର ଘଟଣାକୁ ଚାଲେଞ୍ଚ କରି ସେ ମାନ୍ୟବର ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ବୋଲି ସୂଚନା ଦେଇଛନ୍ତି ।