ଛତ୍ରପୁର: ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଖଜୁରିଆ ଠାରୁ ଫୁଲଟା ରାସ୍ତାରେ ଜବରଦଖଲ ଉଚ୍ଛେଦ
ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ରାସ୍ତା ଜବରଦଖଲ ଉଚ୍ଛେଦ ଅଭିଯାନ ଜାରି ରହିଛି। ବୁଧବାର ମଧ୍ଯାହ୍ନରେ ଖଜୁରିଆ ଠାରୁ ଫୁଲଟା ରାସ୍ତାରେ ଜବରଦଖଲ ଉଚ୍ଛେଦ ଆରମ୍ଭ ହୋଇଛି। ଏହି ରାସ୍ତା ସମ୍ପ୍ରସାରଣ ଉପରେ ଗୁରୁତ୍ୱ ଦେଇଛି ପ୍ରଶାସନ । ଏହି ରାସ୍ତାରେ ଜବରଦଖଲ ନେଇ ବାରମ୍ବାର ଅଭିଯୋଗ ପରେ ପ୍ରଶାସନ ପକ୍ଷରୁ ରାସ୍ତାର ଉଭୟ ପାର୍ଶ୍ଵ ମାପଚୁପ ପରେ ଆଜି ଉଚ୍ଛେଦ ଆରମ୍ଭ ହୋଇଛି।