ସିମୁଳିଆ: ଵର୍ତନା ହାଇସ୍କୁଲ ନିକଟସ୍ଥ ପରିତ୍ୟକ୍ତ ପୋଖରୀ ରେ ପଡି ଯୁବକ ର ମୃତ୍ୟୁ
ପରିତ୍ୟକ୍ତ ପୋଖରୀ ରୁ ଭାସୁଥିବା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର ଖଇରା ଥାନା ବର୍ତ୍ତନା ପଞ୍ଚାୟତ ଅଧୀନ ନୁଆଗାଁ ଗ୍ରାମର ସଂଗ୍ରାମ ଭୋଇଙ୍କ ମୃତ ଦେହ ଆଜି ଵର୍ତନା ହାଇସ୍କୁଲ ନିକଟସ୍ଥ ଏକ ପରିତ୍ୟକ୍ତ ପୋଖରୀ ଉଦ୍ଧାର କରାଯାଇଛି । ଗୁରୁବାର ରାତିରୁ ଶୌଚ ହେବାକୁ ଆସି ସଂଗ୍ରାମ ଆଉ ଘରକୁ ଫେରି ନଥିଲେ । ତେବେ ସ୍ଥାନୀୟ ଗ୍ରାମବାସୀ ମାନେ ଆଜି ପୋଖରୀ ରେ ଭାସୁଥିବା ଦେଖି ଖଇରା ପୋଲିସ କୁ ଖବର ଦେଇଥିଲେ l ସ୍ଥାନୀୟ ଲୋକ ମାନଙ୍କ ସହଯୋଗ ରେ ଆଜି ଶୁକ୍ରବାର ଅପରାହ୍ନ 5 ଘଟିକା ସମୟରେ ଖଇରା ମେଡିକାଲ ଆଣିଥିଲେ l ପୋଲିସ ପହଁଚି ମୃତ ଦେହ ଜବଦ ରଖି ତଦନ୍ତ ଆରମ୍ଭ କରିଛନ୍ତି l