ଓମକାର ଛକରୁ ସାଇକେଲ ଚୋରି, ଥାନା ଦ୍ୱାରସ୍ତ ଯୁବକ ଶହରର ଓମକାର ଛକରେ ସାଇକେଲ ଚୋରି ଘଟଣା ନେଇ ଜଣେ ଯୁବକ ଟାଉନ ଥାନାର ଦ୍ୱାରସ୍ତ ହେବା ଘଟଣା ଆସିଛି। ମିଳିଥିବା ସୂଚନା ଅନୁସାରେ, ଯୁବକ ଜଣକ ଛକରେ ଥିବା ଏକ ଦୋକାନକୁ କିଣିବା ପାଇଁ ଯାଇଥିବା ବେଳେ ତାଙ୍କ ସାଇକେଲକୁ ଦୋକାନ ସମ୍ମୁଖରେ ରଖିଥିଲେ। କିନ୍ତୁ କିଛି ମିନିଟ୍ ପରେ ଫେରି ଆସିବା ସମୟରେ ସାଇକେଲଟି ସେଠାରୁ ଗାୟବ ଥିଲା। ବହୁ ଖୋଜାଖୋଜି କରିବା ସତ୍ୱେ ମଧ୍ୟ ସାଇକେଲ ମିଳିନଥିଲା। ପରେ ନିକଟସ୍ଥ ଏକ ଦୋକାନର ସିସିଟିଭି ଫୁଟେଜ୍ ଯାଞ୍ଚ କଲାବେଳେ ଦେଖାଯାଇଥିଲା ଯେ ଜଣେ ଅଜଣା ବ୍ୟକ୍ତି ସାଇକେଲଟି ନେଇ ପଳାଉଥିବା ଚିତ୍ର ଧରାପଡ଼ି