ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ପ୍ରତାପରୁଦ୍ରପୁର ଗାଁରେ ଆୟୋଜିତ କ୍ରିକେଟ ପ୍ରତିଯୋଗିତା ଆଜି ଉତ୍ସାହଭରା ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ସଦର ବ୍ଲକ ଅଧ୍ୟକ୍ଷ ତଥା ବରିଷ୍ଠ ବିଜେଡି ନେତା #ଗୋଲାପ_ବାଗ ଯୋଗଦାନ କରିଥିଲେ। ସେ ଖେଲାଡିମାନଙ୍କ ସହ ମିଳିତ ହୋଇ ଖେଳମନୋଭାବ ଓ ଶିଷ୍ଟାଚାର ରକ୍ଷା କରି ଖେଳିବାକୁ ଉତ୍ସାହିତ କରିଥିଲେ। ଗ୍ରାମୀଣ ଅଞ୍ଚଳରେ କ୍ରୀଡା ପ୍ରତିଭା ବିକାଶ ପାଇଁ ଏପରି ପ୍ରତିଯୋଗିତା ଅତ୍ୟନ୍ତ ଆବଶ୍ୟକ ବୋଲି ସେ କହିଥିଲେ।