ଝାରସୁଗୁଡା: ଝାରସୁଗୁଡା ଜିଲ୍ଲାରେ ପବନ ଓ ବିଜୁଳି ବଜ୍ରପାତକୁ ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱର୍ନିଙ୍ଗ ଜାରି
ଝାରସୁଗୁଡା ଜିଲ୍ଲାରେ ଆଜି ସକାଳୁ ମେଘୁଆ ପାଗ ଲାଗିରହିଥିବା ବେଳେ ଝାରସୁଗୁଡା ଜିଲ୍ଲାର କେତେକ ସ୍ଥାନରେ ପବନ ସହିତ ବିଜୁଳି ବଜ୍ରପାତ ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ତେବେ ବିଜୁଳି ବଜ୍ରପାତକୁ ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଝାରସୁଗୁଡା ଜିଲ୍ଲାପାଇଁ ଆସନ୍ତା ସେପ୍ଟେମ୍ବର ୧୬ ତାରିଖ ମଙ୍ଗଳବାର ସକାଳ ସାଢେ ଆଠଟା ପର୍ଯ୍ୟନ୍ତ ଆଜି ସୋମବାର ଦିନ ଦୁଇଟା ସମୟରେ ଜିଲ୍ଲାପାଇଁ ୟେଲୋ ୱର୍ନିଙ୍ଗ ଜାରି କରାଯାଇଛି। ଏହି ସମୟରେ ବିଜୁଳି ଘଡ଼ଘଡ଼ି ସହ ଘଣ୍ଟା ପ୍ରତି ୩୦ ରୁ ୪୦ କିଲୋମିଟର ବେଗରେ ପବନ ବହିବା ନେଇ ଆକଳନ କରିଛି ଭୁବନେଶ୍ୱର