କୋଟପାଡ: ବୈପାରୀଗୁଡା ତହସିଲରେ ସବ୍-ରେଜିଷ୍ଟ୍ରେସନ୍ ଆରମ୍ଭ ହେଲା l
ବୈପାରୀଗୁଡା ତହସିଲରେ ସବ୍-ରେଜିଷ୍ଟ୍ରେସନ୍ ଆରମ୍ଭ ହେଲା l ଲୋକସେବା ଭବନରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ପୂର୍ବହ୍ନ ରେ ରାଜ୍ୟର ୪୪ ଟି ତହସିଲରେ ନୂତନ ଉପନିବନ୍ଧନ କାର୍ଯ୍ୟାଳୟ ଉଦ୍ଘାଟନ କରିଥିବା ବେଳେ ବୈପାରୀଗୁଡା ପଂଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଥିବା କନଫରେନ୍ସ ହୋଲରେ ଏହି କାର୍ଯ୍ୟକ୍ରମ ସିଧା ପ୍ରସାରଣ ହୋଇଛି l ପ୍ରଥମ ପର୍ଯ୍ୟାୟରେ କୋରାପୁଟ ଜିଲ୍ଲର ମୋଟ ସାତୋଟି ତହସିଲ ରେ ସବ୍-ରେଜିଷ୍ଟ୍ରେସନ୍ କାର୍ଯ୍ୟାଳୟ ଆରମ୍ଭ ହୋଇଛି lବାକି ଥିବା ଅନ୍ୟ ତହସିଲଗୁଡ଼ିକରେ ମଧ୍ୟ ଆସନ୍ତା ଡିସେମ୍ବର ସୁଦ୍ଧା ଏହି ସେବା ଉପଲବ୍ଧ ହେବ ଜଣା ପଡିଛି l