ବାରଙ୍ଗ ଥାନା ତ୍ରିସୁଳିଆ ଗୋଲେଇ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଆଜି ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଛି। ବାରଙ୍ଗ ପଟୁ ଏକ ଟ୍ରକ ଆସୁଥିବା ସମୟରେ ଗୋଲେଇ ଛକ ଉପରେ କଟକ ମହମଦିଆ ବଜାରର କ୍ରିଷ୍ଣା ସାହୁ ନାମକ ଜଣେ ଯୁବତୀଙ୍କ ସ୍କୁଟିକୁ ପଛପଟୁ ଧକ୍କା ଦେଇ ତାଙ୍କ ଉପରେ ଚଢି ଯାଇଥିଲା। ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଯୁବତୀଙ୍କୁ ଉଦ୍ଧାର କରି ଏସସିବି ମେଡିକାଲକୁ ପଠାଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଯୁବତୀଙ୍କ ମୃତ୍ୟୁ ହୋଇଥିଲା। ସୂଚନା ପାଇ ବାରଙ୍ଗ ପୋଲିସ ପହଞ୍ଚି ଟ୍ରକକୁ ଜବତ ସହ ଡ୍ରାଇଭରକୁ ଥାନାରେ ଅଟକ ରଖିଛି ।