ଭଞ୍ଜନଗର: ଗଞ୍ଜାମ ଜିଲା ଭଞ୍ଜନଗର ସହର ବାଇପାସ ରାସ୍ତାରେ ଏକ ବାଇକ ସହ କାରର ଧକ୍କା ହୋଇଛି। ଜଣେ ଗୁରୁତର
ଗଞ୍ଜାମ ଜିଲା ଭଞ୍ଜନଗର ସହର ବାଇପାସ ରାସ୍ତାରେ ଏକ ବାଇକ ସହ କାରର ଧକ୍କା ହୋଇଛି। ଏଥିରେ ବାଇକ ଚାଳକ ଲଣ୍ଡେଇସାହିର ଅବସରପ୍ରାପ୍ତ ହାବିଲଦାର ଜଗବନ୍ଧୁ ସ୍ବାଇଁ ଗୁରୁତର ହୋଇଛନ୍ତି । ଆହତ ଜଗବନ୍ଧୁଙ୍କୁ କାର ଚାଳକ ହିଁ ଉଦ୍ଧାର କରି ଚିକିତ୍ସା ପାଇଁ ଭଞ୍ଜନଗର ହସ୍ପିଟାଲ ଆଣିଥିଲେ। ଏଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ମେଡିକାଲ ନିଆଯାଇଛି। ଘଟଣାଟି ଆଜି ସଂଧ୍ୟା 6 ଟାରେ ଘଟିଛି