ବାମରା ବ୍ଲକ ଅନ୍ତର୍ଗତ କୁଟାରିମାଲ ଠାରେ ଚାଲିଥିବା ରାହାସ ଯାତ୍ରା ଶୁକ୍ରବାର ଉଦଯାପିତ ହୋଇ ଯାଇଛି। ଏଥିରେ ମନ୍ତ୍ରୀ ରବି ନାଏକ ଯୋଗ ଦେଇ ଉତ୍ସାହିତ କରିଥିଲେ। ସୂଚନା ଅନୁସାରେ କୁଟାରିମାଲ ଠାରେ ରାହାସ ଯାତ୍ରା ଆୟୋଜିତ ହୋଇ ଥିବା ବେଳେ ୨ ଦିନ ଧରି ବିଭିନ୍ନ ପାରମ୍ପାରିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଭଜନ କୀର୍ତ୍ତନ ଅନୁଷ୍ଠିତ ହୋଇଥିଲା। ଏହି ଅବସର ରେ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉତ୍ସାହିତ କରିବା ସହ ରାହାସ ଯାତ୍ରା ପାଳନ ର ମହତ୍ତ୍ଵ ନେଇ ମତ ବ୍ୟକ୍ତ କରିଥିଲେ।