ବଲାଙ୍ଗୀର ଜିଲ୍ଲାର ଲୋଇସିଂହା ବ୍ଲକ ଅଧୀନ ଫାସଡ ଗ୍ରାମରେ ଜଣେ ବ୍ୟକ୍ତିଙ୍କ ଘର ଭିତରୁ ଏକ ବିଷାଳୁ ନାଗ ସାପ ଉଦ୍ଧାର ହୋଇଥିବା ଘଟଣା ଚଞ୍ଚଲ୍ୟ ସୃଷ୍ଟି କରିଛି। ଘର ଭିତର ଅନ୍ଧାର ଜାଗାରେ ସାପଟି ଲୁଚି ରହିଥିବାବେଳେ ପରିବାରର ଜଣେ ସଦସ୍ୟ ଚେତି ସତର୍କ ହୋଇ ସାପ ଉଦ୍ଧାର କାରୀ ଦଳକୁ ସୂଚନା ଦେଇଥିଲେ। ସୂଚନା ପାଇ ଦଳର ସଦସ୍ୟ ଦେବ ରାଜ ବାରିକ ସ୍ଥଳରେ ପହଂଚି ସାପକୁ ସୁରକ୍ଷିତ ଭାବରେ ଧରି ଜଙ୍ଗଲ ଅଞ୍ଚଳରେ ଛାଡି ଦେଇଛନ୍ତି। ଏହି ଘଟଣାଟି ଆଜି ରାତି ପ୍ରାୟ ୯ଟା ୩୦ ସମୟରେ ଘଟିଥିବା ସୂଚନା ମିଳିଛି।