ଶିଶୁ ବିକାଶ ପ୍ରକଳ୍ପ ଆନୁକୂଳ୍ୟରେ ଅଷ୍ଟମ ରାଷ୍ଟ୍ରୀୟ ପୋଷଣ ମାସ ଉଦାର ଠାରେ ଉତ୍ସାହମୟ ପରିବେଶରେ ପାଳନ କରାଯାଇଛି। ଏହି ଅବସରରେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ଦେଓଗାଁ ଶ୍ରୀମତୀ ମିନତୀ କୁମାରୀ ମିଶ୍ରଙ୍କ ତତ୍ତ୍ୱାବଧାନରେ ବୈଠକ ଆୟୋଜିତ ହୋଇଥିଲା। ଅନୁଷ୍ଠାନରେ ପ୍ରିୟରଞ୍ଜନ କୁମାର, ଗୋଷ୍ଠି ଉନ୍ନୟନ ଅଧିକାରୀ; ଗୋଷ୍ଠି ଶିକ୍ଷା ଅଧିକାରୀ ଓ ମେଡିକାଲ ଅଫିସର ଯୋଗଦାନ କରିଥିଲେ। ଏହି ସମାବେଶରେ ପୋଷଣ ସଚେତନତା, ମାତା ଓ ଶିଶୁ ସ୍ୱାସ୍ଥ୍ୟ, ସୁସ୍ଥ ଖାଦ୍ୟାଭ୍ୟାସ ଓ ସମୁଦାୟ ଅଂଶଗ୍ରହଣ ଉପରେ ଆଲୋଚନା କରାଯାଇଥିଲା।