ଖଲ୍ଲିକୋଟ୍: ବେଢ଼ ଗ୍ରାମରେ ପୋଲିସ ର ଚଢ଼ାଉ; ବିପୁଳ ପରିମାଣର ବାଣ ଜବତ ସହ ଜଣେ ଗିରଫ
ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବେଢ଼ ଗ୍ରାମରେ ଆଜି ପୋଲିସ ଚଢ଼ାଉ କରି ବିପୁଳ ପରିମାଣ ର ବେଆଇନ ବାଣ ଜବତ କରିବା ସହ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଦିନ ପ୍ରାୟ ଗୋଟାଏ ସମୟରେ ପୁରୁଷୋତ୍ତମପୁର ଥାନା ଅଧିକାରୀ ରାଜେଶ କୁମାର ନାୟକଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ଟିମ ବେଢ଼ ଗ୍ରାମରେ ଚଢ଼ାଉ କରି ବିପୁଳ ପରିମାଣର ବିଭିନ୍ନ ପ୍ରକାର ବେଆଇନ ବାଣ ଜବତ କରିବା ସହ ଜଣଙ୍କୁ ଗିରଫ କରିଥିଲେ ।ତେବେ ଜବତ ବାଣର ଆନୁମାନିକ ମୂଲ୍ୟ ପ୍ରାୟ ୨୦ ହଜାର ଟଙ୍କା ରୁ ଉର୍ଦ୍ଧ୍ବ ଟଙ୍କା ହେବ ବୋଲି ଥାନା ଅଧିକାରୀ ରାଜେଶ କୁମାର ନାୟକ ସୂଚନା ପ୍ରଦାନ କରିଛନ୍ତି ।