ବାରିପଦା ସହରର ପାଲବଣି ଠାରେ ନୂତନ ବସଷ୍ଟାଣ୍ଡ ନିର୍ମାଣ ପାଇଁ ହଜାର ହଜାର ଗଛକଟା ପ୍ରସଙ୍ଗକୁ ନେଇ ଜାତୀୟ ସବୁଜ ପ୍ରାଧିକରଣ - NGT ରେ ରୁଜୁ ହେଲା ମାମଲା। ସମସ୍ତ ସରକାରୀ ନିୟମକୁ ଉଲ୍ଲଂଘନ କରାଯାଇଥିବା ଅଭିଯୋଗ କରି ବାରିପଦାର ପ୍ରମୋଦ କୁମାର ହେମ୍ବ୍ରମ ଏନଜିଟିର ଦ୍ବାରସ୍ଥ ହୋଇଥିଲେ। ଏନେଇ ସୋମବାର ରାତି ୮.୩୦ ଟାରେ ସେ ବାରିପଦାରେ ପ୍ରତିକ୍ରିୟା ଦେଇଛନ୍ତି।