ବାରିପଦା ମ୍ୟୁନିସିପାଲଟି: ଭଞ୍ଜପୁର ଜଗଦ୍ଧାତ୍ରୀ ମେଳାର ୩ୟ ସଂଧ୍ୟାରେ ଦର୍ଶକଙ୍କ ମନମୋହିଲା ଯୋଗାସନ, ଓଡ଼ିଶୀ ଓ ଭଜନ କାର୍ଯ୍ୟକ୍ରମ
ବୁଧବାର ଦିନ ଭଞ୍ଜପୁର ଠାରେ ଉତ୍ତର ଓଡିଶାର ପ୍ରସିଦ୍ଧ ଜଗଦ୍ଧାତ୍ରୀ ମେଳାର ୩ୟ ସଂଧ୍ୟାର ୧ମ କାର୍ଯ୍ୟକ୍ରମ ବାରିପଦା କେନ୍ଦ୍ରର ଲାଶ୍ୟକଳା ଡ୍ୟାନ୍ସ ଭିଜନ ପରିବେଷଣ କରିଥିଲେ ଓଡ଼ିଶୀ ନୃତ୍ୟ। ଜଗନ୍ନାଥ ସଂସ୍କୃତି ସହ ଜଡିତ ରସଗୋଲା ପରମ୍ପରା ଉପରେ ଆଧାରିତ ଏହି ନୃତ୍ୟ ଦର୍ଶକଙ୍କୁ ବିମୋହିତ କରିଥିଲା। ପରେ ପରେ ସ୍ୱାମୀ ବିବେକାନନ୍ଦ ଯୋଗ ରିସର୍ଚ୍ଚ ସେଣ୍ଟରର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପ୍ରଦର୍ଶିତ ଯୋଗାସନ ଦର୍ଶକଙ୍କୁ ଆକର୍ଷିତ କରିଥିଲା। ଶେଷରେ ଭକ୍ତି ମଲ୍ହାର ଭଜନ ସନ୍ଧ୍ୟାର ଆଧ୍ୟାତ୍ମିକ ଭଜନ କାର୍ଯ୍ୟକ୍ରମ ଦର୍ଶକଙ୍କୁ ପ୍ରଭାବିତ କରିଥିଲା।