ଚାଷୀଙ୍କ ଆବଶ୍ୟକତା ମୁତାବକ ଧାନ ମଣ୍ଡି ସବୁରେ ପାନୀୟ ଜଳ, ଶୌଚାଳୟ, ବିଶ୍ରାମଗାର ବ୍ୟବସ୍ଥା ଯୋଗାଇ ଦେବା ପାଇଁ ସରକାର କୋଟି କୋଟି ଟଙ୍କା ଙ୍କା ଖର୍ଚ୍ଚ କରି ଚାଲିଛନ୍ତି । । କିନ୍ତୁ ପରିତାପର ବିଷୟ କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅଧିନସ୍ଥ ମୀନଗୁର ଧାନ ମଣ୍ଡିରେ ଚାଷୀଙ୍କ ଆବଶ୍ୟକତା ଶୌଚାଳୟ ପରିଶ୍ରାଗାର ରହିଥିଲେ ମଧ୍ୟ ପାଣି ବ୍ୟବସ୍ଥା କରାଯାଇ ନାହିଁ । ଯାହାକୁ ନେଇ ଗତକାଲି ଗଣମାଧ୍ୟମରେ ଖବର ପ୍ରସାରିତ ହେବା ପରେ ଆଜି ଶନିବାର ଅପରାହ୍ନରେ ଧର୍ମଗଡ ଉପଜିଲ୍ଲାପାଳ ପ୍ରେକ୍ଷା ଅଗ୍ରୱାଲ ମୀନଗୁର ଧାନ ମଣ୍ଡି ପରିଦର୍ଶନ କରିଥିଲେ।