ଝାରସୁଗୁଡା ଜିଲ୍ଲାରେ ଖସୁଛି ପାରଦ ବଢୁଛି ଶୀତ, ଶୀତରେ ଥରୁଛି ସମଗ୍ର ଝାରସୁଗୁଡା ଜିଲ୍ଲା। ତେବେ ଝାରସୁଗୁଡା ଜିଲ୍ଲାରେ ଶୀତ ଲହରୀ ଅନୁଭୂତ ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ।ତେବେ ଝାରସୁଗୁଡା ଜିଲ୍ଲାରେ ପ୍ରବଳ ଶୀତ ଲହରି ପାଇଁ ଆଜି ଦିନ ଗୋଟାଏ ଦଶ ମିନିଟ ସମୟରେ ଜିଲ୍ଲା ପାଇଁ ୟେଲୋ ୱାର୍ନିଙ୍ଗ ଜାରି କରିଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ। ପ୍ରବଳ ଶୀତ ହେବା ସମ୍ଭାବନା ଥିବାରୁ ଝାରସୁଗୁଡା ଜିଲ୍ଲାକୁ ୧୧ ତାରିଖ ଗୁରୁବାର ସକାଳ ସାଢ଼େ ଆଠଟା ଯାଏଁ ଏହି ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଭୀଷଣ ଶୀତ ସମୟରେ ଘର ଭିତରେ ରହିବାକୁ ପରାମର୍ଶ