ସୋର: ସୋର ମେଡିକାଲର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ତଦାରଖ କଲେ ସୋର ବିଧାୟକ
Soro, Balasore | Sep 14, 2025 ସୋର ବିଧାୟକ ମାଧବ ଧଡ଼ା ଆଜି ମଧ୍ୟାହ୍ନରେ ସୋର ମେଡ଼ିକାଲ ରେ ଚାଲିଥିବା ବିଭିନ୍ନ ଉନ୍ନତ୍ତି ମୂଳକ କାର୍ଯ୍ୟକୁ ବୁଲିଦେଖିବା ସହିତ ସମୀକ୍ଷା କରିଥିବା ଜଣାପଡିଛି। ବିଧାୟକ ଶ୍ରୀ ଧଡ଼ା ସୋର ମେଡ଼ି କାଲରେ ପହଞ୍ଚି ମେଡିକାଲ ଅଧିକ୍ଷକ ଡ଼. କାଶୀନାଥ ପଣ୍ଡାଙ୍କ ସହିତ ମେଡିକାଲ ବୁଲିଥିଲେ। ମେଡିକାଲରେ ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକୁ ତଦାରଖ କରିଥିଲେ। ପରେ ଡାକ୍ତରଖାନାର ବିଭିନ୍ନ ସମସ୍ୟା ବୁଝିବା ସହିତ ଅଧିକ୍ଷକଙ୍କ ସହିତ ଆଲୋଚନା କରିଥିଲେ। ଏହି ସମୟରେ ଡାକ୍ତରଖାନାର ଅନ୍ୟ ଅଧିକାରୀ ଏବଂ କର୍ମଚାରୀଙ୍କ ସମେତ ରୋଗୀ କଲ୍ୟାଣ ସମିତିର ସଦସ୍ୟ ମାନେ ଉପସ୍ଥିତ ଥିଲେ।