ଜୟପୁର: ଜୟପୁର ଘାଟିରେ ଅଜଣା ଗାଡି ଧକ୍କାରେ ମାନସିକ ବିକୃତ ବ୍ୟକ୍ତିଙ୍କ ମୃତ୍ୟୁ
ଜୟପୁର ଘାଟିରେ ଅଜଣା ଗାଡି ଧକ୍କାରେ ମାନସିକ ବିକୃତ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ମୃତ ବ୍ୟାକ୍ତି ଙ୍କ ପରିଚୟ ମିଳିପାରି ନାହିଁ l ଏନେଇ ସଦର ଥାନା ଅଧିକାରୀ ସଚିନ୍ଦ୍ର ପ୍ରଦାନ ଆଜି ସଂନ୍ଧ୍ୟା 6ଟାରେ ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି l ଜୟପୁର ଘାଟି ରାସ୍ତାରେ ଅଜଣା ମୃତ ବ୍ୟକ୍ତିଙ୍କ ଶରୀରକୁ ସ୍ଥାନୀୟ କିଛି ଲୋକେ ଦେଖିବା ପରେ ଜୟପୁର ବ୍ଲକ ବାରିଣପୁଟ ସରପଞ୍ଚା ପଦ୍ନା ନନ୍ଦିବାଲିଙ୍କୁ ଜଣାଇ ଥିଲେ ଜଣାଇଥିଲେ । ଏ ସରପଞ୍ଚଙ୍କ ଅଭିଯୋଗ କ୍ରମେ ସଦରଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା l