ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ଗାଈବାହାଲ ପଞ୍ଚାୟତ ର ଅର୍ଡ। ଗାଁରେ ବାହୁଡ଼ା଼ ଯାତ୍ରା ଉପଲକ୍ଷେ ପୁରୀ ଶୈଳୀରେ ଏକ ବିଶେଷ ରଥଯାତ୍ରା ପାଳନ କରାଯାଇଛି । ଏଠାରେ ୧୬ ଚକ ବିଶିଷ୍ଟ ଏକ ଭବ୍ୟ ରଥ ଉପରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କୁ ବିରାଜମାନ କରାଯାଇ ତିନି ଦିନ ଧରି ରଥ ଟଣା ଅନୁଷ୍ଠିତ ହୁଏ । ଗ୍ରାମବାସୀ ଓ ଭକ୍ତମାନେ ବଡ଼ ଉତ୍ସାହରେ ଏହି ପବିତ୍ର ଅବସରକୁ ପାଳନ କରିଥିବାବେଳେ, ମନ୍ଦିର ପରିଚାଳନା କମିଟି ସମ୍ପାଦକ ଜଣାଇଛନ୍ତି – “ପ୍ରତିବର୍ଷ ପରି ଏବେକି ବି ଭକ୍ତଙ୍କ ଅନେକ ଭିଡ଼ ଦେଖିବାକୁ ମିଳିଛି, ଏହି ଯାତ୍ରା ଆମ ଗାଁର ଗର୍ବ ଓ ପରମ୍ପରାର ଅଂଶ।”