ତରଭା ଟକରଲା ଗ୍ରାମ ର ୮୨ ବର୍ଷୀୟ ବୃଦ୍ଧ ତ୍ରିନାଥ ସ୍ୱାଇଁ ଭୀମ ଭୋଇ ମେଡିକାଲରେ ନିଜ ଅସୁସ୍ଥ ସ୍ତ୍ରୀଙ୍କୁ ଭର୍ତ୍ତି କରିଥିବା ବେଳେ ଆଜି ଅପରାହ୍ନ ୪ଟାରେ ଚାହା ପାଇଁ ବାହାରି ଆଉ ଫେରିନାହାନ୍ତି। ପରିବାର ଲୋକେ ହସ୍ପିଟାଲ ପରିସର ଓ ଚାରିପାଖରେ ବହୁ ଆଡେ ଖୋଜା ଖୋଜି କରିଲେ ମଧ୍ୟ କୌଣସି ସୂଚନା ମିଳିନାହିଁ। ଅବଶେଷରେ ପୋଲିସଙ୍କୁ ମଧ୍ୟ ଖବର କରାଯାଇଛି। ଆଜି ରାତି ୧୦ଟାରେ ପରିବାରର ଆବେଦନ ଯଦି କେହି ତ୍ରିନାଥ ସ୍ୱାଇଁଙ୍କୁ ଦେଖିଥାନ୍ତି କିମ୍ବା କୌଣସି ସୂତ୍ର ଜାଣିଥାନ୍ତି, ଦୟାକରି ସ୍ଥାନୀୟ ପୋଲିସ କିମ୍ବା ପରିବାରକୁ ଯଥାଶୀଘ୍ର ସୂଚନା ଦେବାକୁ ଅନୁରୋଧ କରିଛନ୍ତି