ଦାଦନ ଖଟିବାକୁ ଯାଇଥିବା ବ୍ୟକ୍ତିଙ୍କ ପ୍ରାୟ ୩/୪ ଦିନ ପୂର୍ବରୁ ମୃତ୍ୟୁ ହୋଇଥିବା ବେଳେ ଶୁକ୍ରବାର ଦିନ ପ୍ରାୟ ୧୦ଟାରେ ଶବ ଘରକୁ ଆସିଛି। ଏହିପରି ଦୁଃଖଦ ଘଟଣା ଘଟିଛି ବାମନଘାଟି ଉପଖଣ୍ଡର ଜାମଦା ବ୍ଲକ ଅନ୍ତର୍ଗତ ବଡ଼ ଦୁନ୍ଦୁ ଅଞ୍ଚଳର ଗୋପୀନାଥଘୁଟୁ ଗ୍ରାମରେ। ମୃତ ଶ୍ରମିକ ଜଣକ ହେଲେ ୪୧ ବର୍ଷୀୟା ଶ୍ୟାମ ମାର୍ଣ୍ଡି।