ଝାରସୁଗୁଡା ଜିଲ୍ଲାରେ ଶୀତର ପ୍ରକୋପ ଜାରି ରହିଛି। ପ୍ରବଳ ଶୀତ କୁ ଦୃଷ୍ଟିରେ ରଖି ଆଜି ଦିନ ତିନିଟା ସମୟରେ ଇନଫିନିଟି ହୁଣ୍ଡାଇ ପକ୍ଷରୁ ଝାରସୁଗୁଡା ଜିଲ୍ଲା ଦେବାଡ଼ିହି ଗ୍ରାମରେ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଇନଫିନିଟି ହୁଣ୍ଡାଇ ପକ୍ଷରୁ ଅନ୍ତ୍ରରାଷ୍ଟ୍ରୀୟ ଅଗ୍ରୱାଲ ସମ୍ମେଳନ ଓ ଉତ୍କଳ ପ୍ରାଦେଶିକ ମାରବାଡ଼ି ସମ୍ମେଳନ ସହାୟତାରେ ୨୦୦ କମ୍ବଳ ଗରିବ ଲୋକଙ୍କୁ ବଣ୍ଟନ କରାଯାଇଛି। ଆୟୋଜିତ ଏହି କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ରେ ଇନଫିନିଟି ହୁଣ୍ଡାଇର ଡ଼ାଇରେକ୍ଟର ପୱନ ସୁଲତାନିଆ ,ମହେନ୍ଦ୍ର କେଡ଼ିଆ, ଓମ ପ୍ରକାଶ ଖେତାନ, ଏ ଭିୱନିଅ ଙ୍କ ସମେତ ଇନଫିନିଟି