ବଲାଙ୍ଗୀର ସହର ସର୍କିଟ ହାଉସ ସଲେପାଲି ଛକଠାରୁ ନୂଆ ବସଷ୍ଟାଣ୍ଡ ରାସ୍ତାରେ କଡରେ ଥିବା ଏକ କିରନା ଦୋକାନରେ ବେଆଇନ ଭାବେ ବାଣ ବିକ୍ରି ହେଉଥିବା ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ବଲାଙ୍ଗୀର ଟାଉନ ଥାନା ଆଇଆଇସି ଅବନୀ ସାହୁଙ୍କ ନିର୍ଦ୍ଦେଶ କ୍ରମେ ଏକ ପୋଲିସ ଟିମ୍ ରବିବାର ରାତିରେ ଚଢାଉ କରିଥିଲା। ଚଢାଉ ବେଳେ ଅଧିକାରୀମାନେ ଦୋକାନରୁ ବେଆଇଭାବେ ବିକ୍ରି କରୁଥିବା ବାଣ ଜବତ କରିଥିଲେ। ଏପରିକି ପୋଲିସ ଦୋକାନକୁ ବନ୍ଦ କରିଥିବା ଜଣାପଡିଛି। ଦୋକାନୀ ଜଣକ ଦୀର୍ଘ ବର୍ଷ ଧରି ବିନା ଲାଇସେନ୍ସରେ ବାଣ ବିକ୍ରି କରୁଥିବା ଜଣାପଡିଛି। ବଲାଙ୍ଗୀର ସହରରେ ଯେଉଁମାନେ ବେଆଇନ ଭାବେ ବାଣ ବି