ଉଲୁଣ୍ଡା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର 29 ତମ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ଆଜି ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି l ସଭାପତି ବିଜୟ ବାରିକଙ୍କ ସଭାପତିତ୍ବରେ ଆୟୋଜିତ ଉଦ୍ଘାଟନୀ ସଭାରେ ଜିଲ୍ଲା ପରିଷଦ ସଭ୍ୟା ବିଜୟଲକ୍ଷ୍ମୀ ତରାଇ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଦିପ ପ୍ରଜ୍ବଳନ ପୂର୍ବକ କାର୍ଯକ୍ରମର ଶୁଭାରମ୍ଭ କରିଥିଲେ l ସମ୍ମାନିତ ଅତିଥି ଭାବରେ ପୂର୍ବତନ ଯୁଗ୍ମ ସମ୍ପାଦକ ଧର୍ମନିରଞ୍ଜନ ପଣ୍ଡା, ଗୋବିନ୍ଦ ଦାସ ତରାଇ, ପୂର୍ବତନ ସଭାପତି ଶିବରାମ ନାଏକ ଯୋଗଦେଇ ଛାତ୍ର ଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ l ସମ୍ପାଦକ ରାଜେନ୍ଦ୍ର ଦେହୁରୀ ଅତିଥି ପରିଚୟ ପ୍ରଦାନ