କେନ୍ଦୁଝର ସହର: ଆନନ୍ଦପୁର ବିଜେପି କାର୍ଯ୍ୟାଳୟରେ ମିଶ୍ରଣ ପର୍ବ ଅନୁଷ୍ଠିତ, ଦଳରେ ମିଶିଲେ କଣ୍ଟିପାଳ ପଞ୍ଚାୟତର ୱାର୍ଡ଼ ସଭ୍ୟ ଓ ବରିଷ୍ଠ ବିଜେଡ଼ି କର୍ମୀ
ଆନନ୍ଦପୁର ବିଜେପି କାର୍ଯ୍ୟାଳୟ ଠାରେ ମଙ୍ଗଳବାର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ପ୍ରଧାନମନ୍ତ୍ରୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହେବା ସହ ବରିଷ୍ଠ ନେତା ଆଲୋକ ସେଠୀଙ୍କ ଦକ୍ଷତାପୂର୍ଣ୍ଣ ସଙ୍ଗଠନ ପରିଚାଳନାକୁ ସମର୍ଥନ ଜଣାଇ କଣ୍ଟିପାଳ ପଞ୍ଚାୟତର ୩୦ରୁ ଉର୍ଦ୍ଧ୍ବ ୱାର୍ଡ଼ ସଭ୍ୟ ଓ ବରିଷ୍ଠ ବିଜେଡ଼ି କର୍ମୀ ବିଜେପିରେ ସାମିଲ ହୋଇଛନ୍ତି। ଏହି ଅବସରରେ ନବାଗତ କର୍ମୀଙ୍କୁ ଟୋପି ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସ୍ବାଗତ କରାଯାଇଥିଲା।