ବାଲେଶ୍ବର ମ୍ୟୁନିସିପାଲଟି: ରେମୁଣା ଏନଏସି ୧୨ ନମ୍ବର ୱାର୍ଡରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର ଶିଳାନ୍ୟାସ କଲେ ସରକାରୀ ଦଳ ଉପମୁଖ୍ୟ ସଚେତକ
ଆଜି ପୂର୍ବାହ୍ନ ୧୧ ଟା ସମୟରେ ରେମୁଣା ଏନଏସି ଅନ୍ତର୍ଗତ ୧୨ ନମ୍ବର ୱାର୍ଡରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର ଶିଳାନ୍ୟାସ ହୋଇଯାଇଛି।ଏହି ଅବସରରେ ସରକାରୀ ଦଳ ଉପମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ।ଯୋଗଦେଇ ଏହାକୁ ଶିଳାନ୍ୟାସ କରିଥିଲେ। ଏହି ଅବସରରେ ରେମୁଣାର ବହୁ ବରିଷ୍ଠ ନେତୃବୃନ୍ଦ ଓ ସ୍ଥାନୀୟ ଅଞ୍ଚଳ ବାସୀ ଉପସ୍ଥିତ ଥିଲେ।