କଟକ ପୌରାଞ୍ଚଳ: ବାରଙ୍ଗ ଥାନା ଦୋଗଛିଆ ବାଙ୍କ ନିକଟରେ ରାସ୍ତା କଡରେ ଥିବା ଏକ ଲୁହା ଖୁମ୍ବକୁ ପିଟି ବୁଧବାର ରାତିରେ ଜଣେ ବାଇକ ଚାଳକ ଗୁରୁତ୍ୱର ହୋଇଛନ୍ତି।
ବାରଙ୍ଗ ଥାନା ଦୋଗଛିଆ ବାଙ୍କ ନିକଟରେ ରାସ୍ତା କଡରେ ଥିବା ଏକ ଲୁହା ଖୁମ୍ବକୁ ପିଟି ଜଣେ ବାଇକ ଚାଳକ ଗୁରୁତ୍ୱର ହୋଇଛନ୍ତି। ଗୁରୁତ୍ୱର ପରିଚୟ ମିଳିପାରିନାହିଁ। ବୁଧବାର ରାତି ପ୍ରାୟ ସାଢେ ୮ଟା ସମୟରେ ଜଣେ ଯୁବକ ବାଇକ ଯୋଗେ ଗୋଡିସାହି ପଟୁ ତ୍ରିଶୂଳିଆ ଅଭିମୁଖେ ଯାଉଥିବା ସମୟରେ ବାଙ୍କୀ-ବାରଙ୍ଗ ମୁଖ୍ୟ ରାସ୍ତା ଦୋଗଛିଆ ବାଙ୍କ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଵିଜ୍ଞାପନ ପ୍ରଚାର ପ୍ରସାର ନିମନ୍ତେ ଲାଗିଥିବା ହୋଡିଂର ଲୁହା ଖୁମ୍ବରେ ବାଡେଇ ହୋଇ ଛିଟିକି ପଡିଥିଲେ।ଗୁରୁତର ଅବସ୍ଥାରେ ସ୍ତାନୀୟ ଲୋକ ଉଦ୍ଧାର କରି ଚିକିତ୍ସା ପାଇଁ ପଠାଇଥିଲେ।