ଭାରତୀୟ ଜନତା ପାର୍ଟି ପକ୍ଷରୁ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀ ପାଳନ କରାଯାଇଛି। ବୁଧବାର ସଂଧ୍ୟାରେ ଛତ୍ରପୁର ଠାରେ ଏକ ଶୋଭାଯାତ୍ରା ରେ ବାହାରି ବାଜପେୟୀଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟାର୍ପଣ କରିବା ସହିତ ଦୀପଜାଳି ତାଙ୍କର ସ୍ମୃତି ଚାରଣ କରିଥିଲେ l ପରେ ସାମୁହିକ ଭାବେ ନେତା ଓ କର୍ମୀ ମାନେ ଦୀପଜାଳି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହି ଅବସରରେ ପ୍ରତିକ୍ରିୟା ରଖିଛନ୍ତି ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ।