ରବିବାର ଦିନ ଘୁନଘୁଟି ପଟକୁ ଯାଉଥିବା ବେଳେ ରଙ୍ଗିଆଟିକ୍ରା ଢ଼ାବା ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ଫଳରେ ଉଭୟ ଯୁବକ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ଉଦ୍ଧାର କରି ଗୋବିନ୍ଦପୁର ଡାକ୍ତରଖାନା ରେ ଭର୍ତ୍ତି କରାଯାଇଥିଲା। ଆହତ ଯୁବକ ମାନେ ରେଙ୍ଘାପଡ଼ା ର ସିମନ୍ ଭେଙ୍ଗରା ଓ ରାଜେଶ ଟିଡୁ ବୋଲି ପରିଚୟ ମିଳିଛି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ସୁନ୍ଦରଗଡ଼ ମେଡ଼ିକାଲ କଲେଜ କୁ ସ୍ଥାନାନ୍ତରିତ କରାଯାଇଛି।