ରେଢାଖୋଲ: କଦଳୀଗଡ଼ ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟାଳୟ ଘେରାଉ କଲେ ଗ୍ରାମବାସୀ
କଦଳୀଗଡ଼ ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟାଳୟ ଘେରାଉ କଲେ ଗ୍ରାମବାସୀ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଳକ କଦଳୀଗଡ ନିକଟରେ ଥିବା ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟାଳୟ କୁ ଗୁରୁବାର ସକାଳେ କଦଳୀଗଡ଼ ଗ୍ରାମର ତଳି ସାହି ବାସିନ୍ଦା ଘେରାଉ କରିଥିଲେ । ସୂଚନାଯୋଗ୍ୟ ଯେ ଘରେ ଘରେ ପାନୀୟ ଜଳ ଯୋଗାଣ ପାଇଁ ଭୋଲଟାସ ନାମକ ଏକ ଘରୋଇ ସଂସ୍ଥା ଦ୍ବାରା ଗ୍ରାମର ମଝିରେ କଂକ୍ରିଟ ରାସ୍ତା ଖୋଲି ପାଇପ ବିଛାଯାଇଥିଲା । ହେଲେ ଆଜକୁ ତିନି ମାସ ହେବ ପାଇପ ବିଛାଇବା ପରେ ପୁଣି ସେହି ସ୍ଥାନରେ ଠିକା ସଂସ୍ଥା ପକ୍ଷରୁ ରାସ୍ତାର ମରାମତ କରାଯାଇନାହିଁ ।