ଟିଟିଲାଗଡ଼ରେଲ୍ ଅଞ୍ଚଳର ସୁରକ୍ଷା ବୃଦ୍ଧି ଓ ଅନାବଶ୍ୟକ ଅଭିଗମ ରୋକିବା ଲକ୍ଷ୍ୟରେ ଟିଟିଲାଗଡ଼ ଅଧୀନ Assistant Divisional Engineer (ADEN) କାର୍ଯ୍ୟାଳୟ ଅଧୀନରେ ୭୮.୦୯୫ କିଲୋମିଟର ରେଲ୍ ପାଖ ସୀମାରେ ବାଉଣ୍ଡାରି ଫେନ୍ସିଂ ପାଇଁ ଟେଣ୍ଡର ପ୍ରକ୍ରିୟା ସମାପ୍ତ ହୋଇଛି । ଏହି ପ୍ରକଳ୍ପ ଦ୍ୱାରା ଯାତ୍ରୀ ସୁରକ୍ଷା, ପାଶ୍ୱ ଅଞ୍ଚଳରେ ଜନସୁରକ୍ଷା ଓ ରେଲ୍ ସମ୍ପତ୍ତିର ସୁରକ୍ଷା ଅଧିକ ସୁନିଶ୍ଚିତ ହେବ