ଜୁଜୁମୁରା: ସିମେଲଟିକ୍ରା ଗ୍ରାମରେ ରନ୍ଧନ ଗ୍ୟାସ ପାଇଁ ସୁରକ୍ଷା ଶିବିର ଅନୁଷ୍ଠିତ
ସିମେଲ ଟିକ୍ରା ରେ ରନ୍ଧନ ଗ୍ୟାସ ପାଇଁ ସୁରକ୍ଷା ଶିବିର ଅନୁଷ୍ଠିତ ସମ୍ବଲପୁର ଜିଲ୍ଲା ଜୁଜୁମୁରା ବ୍ଳକ ଅନ୍ତର୍ଗତ ଘେନୁପାଲି ପଞ୍ଚାୟତ ଅନ୍ତର୍ଗତ ସିମେଲଟାକ୍ରାରେ ରବିବାର ସକାଳେ ମାନେଶ୍ୱର ଇଣ୍ଡେନ ଗ୍ରାମୀଣ ବିତରକ ଙ୍କ ପକ୍ଷରୁ ଏଲପିଜି ପଞ୍ଚାୟତ ବା ରନ୍ଧାନ ଗ୍ୟାସ ପାଇଁ ଏକ ସୁରକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ରୋଷେଇ କରିବା ସମୟରେ ଗ୍ୟାସ ର କିପରି ବ୍ୟବହାର କରିବେ , ନିଆଁ ଲାଗିଗଲେ କେମିତି ଲିଭାଇବେ , ଗ୍ୟାସ ଲିକେଜ ର ପ୍ରତିକାର ବିଷୟରେ ସଚେତନ କରାଯାଇଥିଲା । ଏଥିରେ ଗ୍ୟାସ୍ ବିତରକ ଙ୍କ ପ୍ରତିନିଧି ଅଶୋକ ଷଡଙ୍ଗୀ ଯୋଗଦେଇ ଲୋକଙ୍କୁ ସଚେତନ କରିଥିଲେ ।