ମୟୂରଭଞ୍ଜ ଜିଲ୍ଲା ଜାମଦା ବ୍ଲକ ଅନ୍ତର୍ଗତ ହେଁସଡା ଗ୍ରାମ ପଞ୍ଚାୟତର ସୁନାମାରା ଗ୍ରାମରେ ଧାର୍ମିକ ତଥା ସାମାଜିକ ସମ୍ମିଳିନୀ ଅନୁଷ୍ଠିତ ହୋଇଛି। ହୋ ସମାଜର ଶିକ୍ଷା,ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବାକୁ ପରାମର୍ଶ ଦେବା ସହ ଧର୍ମ, ସଂସ୍କୃତି, ପରମ୍ପରା, ଭାଷାକୁ ଉଜ୍ଜୀବୀତ କରିବା ନିମନ୍ତେ ଆହ୍ବାନ ଦେଇଥିଲେ। ଏହାସହ ଗରିବ ଶ୍ରେଣୀର ମୋଟ ୧୦୦ଜଣ ବ୍ୟକ୍ତି ବିଶେଷଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା।